ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ତଥା ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ସଂସଦ ଭବନ ସମ୍ମୁଖରୁ ଶିବାଜୀ, ମହାତ୍ମା ଗାନ୍ଧି, ଆମ୍ବେଦକରଙ୍କ ମୂର୍ତ୍ତି ସେମାନଙ୍କ ବିଶିଷ୍ଟ ସ୍ଥାନରୁ ହଟାଯାଇଛି, ଏହା ଅପମାନଜନକ ଅଟେ । ଜୟରାମ ରମେଶ ଏହି ଟିପ୍ପଣୀ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କରିଛନ୍ତି ।
ଆଜି ଗୁରୁବାର ସୋସିଆଲ ମିଡିଆ ଏକ୍ସରେ ସଂସଦ ଭବନ ସମ୍ମୁଖର ବିଭିନ୍ନ ଚାରି ଫଟୋକୁ ଟ୍ୟାଗ କରି ଜୟରାମ ଲେଖିଛନ୍ତି ଯେ, ସଂସଦ ଭବନ ସମ୍ମୁଖର ଛତ୍ରପତି ଶିବାଜୀ ମହାରାଜ, ମହାତ୍ମା ଗାନ୍ଧି ଓ ବାବା ସାହେବ ଆମ୍ବେଦକରଙ୍କ ମୂର୍ତ୍ତିକୁ ତାଙ୍କ ବିଶିଷ୍ଟ ସ୍ଥାନରୁ ହଟାଇଦିଆଯାଇଛି । ଏହା ଅତ୍ୟନ୍ତ ଅପମାନଜନକ ଘଟଣା ଅଟେ ।