
ନୂଆଦିଲ୍ଲୀ,ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ କାର୍ଯ୍ୟକାରିଣୀ ସମିତି ବୈଠକ ଡାକିଛି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ବୈଠକକୁ ନେଇ ଆଜି ଏକ ପତ୍ର ବି ଜାରି କରିଛନ୍ତି ।
ଏହି ପତ୍ର ମୁତାବକ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଜୁନ 8 ଶନିବାର ସକାଳ 11ଟା ବେଳେ କଂଗ୍ରେସ ମୁଖ୍ୟାଳୟରେ ହେବ । କଂଗ୍ରେସ ମୁଖ୍ୟାଳୟରେ ଏହି ବୈଠକର ଅଧ୍ୟକ୍ଷତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କରିବେ ।