
-
ଖୁବ ଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ
ଭୁବନେଶ୍ୱର, ଓଡ଼ିଶାରେ ବିଜେପିର ବିପୁଳ ବିଜୟ ପରେ ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଖୁବ ଶୀଘ୍ର ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାମ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଆମେ କହିଥିଲୁ । ତାହା ସଫଳ ହୋଇଛି । ଓଡିଶା ଲୋକଙ୍କ ମତ ଓ ଭାବନା ଭୋଟରେ ରୂପାନ୍ତରିତ ହେଲା । ମୋଦି ଗ୍ୟାରେଣ୍ଟି ଉପରେ ଭରସା କରି ଓଡ଼ିଶାରେ ବିଜେପି ସରକାର ହୋଇଛି । ଏଥିପାଇଁ ସମଗ୍ର ରାଜ୍ୟବାସୀଙ୍କୁ ଅଭିନନ୍ଦନ । ସେହିପରି ଓଡ଼ିଶାରେ
ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ମୋଦି କହିଥିଲେ ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ କରିବ । ତେଣୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା ହେବ । ଓଡ଼ିଆ ଲୋକଙ୍କ ଭାବନାକୁ ଆଧାର କରି ସବୁ ନିଷ୍ପତି ନିଆଯିବ ।