ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଆଜି ଦିଲ୍ଲୀରେ ବସିବ । ଏଥିରେ ଲୋକସଭା ଭଙ୍ଗ କରିବାକୁ ସୁପାରିଶ ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକର ଅଧ୍ୟକ୍ଷତା କରିବେ । ଏହି ବୈଠକ ପୂର୍ବାହ୍ନ ସାଢେ 11ଟାରେ ବସିବ ।
ଲୋକସଭା ନିର୍ବାଚନ 2024 ଫଳାଫଳ ଘୋଷଣା କରେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ବୈଠକ ପ୍ରଧାନମନ୍ତ୍ରୀ ମୋଦିଙ୍କ 7 ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବରେ ହେବ । 17ତମ ଲୋକସଭା ଭଙ୍ଗ କରିବା ପାଇଁ ସୁପାରିଶ କରାଯିବାର ସମ୍ଭାବନା ରହିଛି । ଯାହାର କାର୍ଯ୍ୟକାଳ ଜୁନ 16ରେ ଶେଷ ହେଉଛି ।