ୱାଂଶିଟନ, ଭାରତର ସାଧାରଣ ନିର୍ବାଚନ ପରେ ବିଶ୍ୱର ପ୍ରମୁଖ ଗଣମାଧ୍ୟମ ନିଜ ଟିପ୍ପଣୀ ସହ ଚର୍ଚ୍ଚା କରିଛନ୍ତି । ପଡୋଶୀ ଦେଶ ପାକିସ୍ତାନ ଠାରୁ ନେଇ ମାଳଦ୍ୱୀପ ଯାଏ ଚର୍ଚ୍ଚା ଜୋର ଧରିଛି ।
ଆମେରିକାର ପ୍ରମୁଖ ସମାଚାର ପତ୍ର ଦ ନ୍ୟୁୟର୍କ ଟାଇମ୍ସ ନିଜ ରିପୋର୍ଟରେ ଦେଇଥିବା ସନ୍ଦର୍ଭରେ ଟିପ୍ପଣୀ କହିଛି ଯେ, ନେହେରୁଙ୍କ ପରେ ମୋଦି ଲଗାତର ତୃତୀୟ କର୍ଯ୍ୟକାଳ ଆରମ୍ଭ କରୁଥିବା ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଫଳାଫଳ ସଙ୍କେତ ଦେଇଛି ଯେ, ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ଏବେ ବି ଅଧିକାଂଶ ସଂସଦୀୟ ସିଟ ଜିତିବ । ସରକାର ଗଠନ ପାଇଁ ଦଳକୁ ସମ୍ଭବତଃ ନିଜ ମେଂଟରେ ଛୋଟ ଦଳଗୁଡିକର ଆବଶ୍ୟକତା ହେବ । ଦ ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ, ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପରେ ଲଗାତର ତୃତୀୟ କାର୍ଯ୍ୟକାଳ ଆରମ୍ଭ କରୁଥିବା ଦ୍ୱିତୀୟ ଭାରତୀୟ ନେତା ହେବେ । ମୋଦି କାଲି ଏହାକୁ ଭାରତର ଇତିହାସରେ ଏକ ଐତିହାସିକ ଉପଲବ୍ଧି ବୋଲି କହିଛନ୍ତି ।