ନୂଆଦିଲ୍ଲୀ, ମାଳଦ୍ୱୀପ ରାଷ୍ଟ୍ରପତି ଲୋକସଭା ନିର୍ବାଚନ-2024ରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଂଟର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ସେ ଏହି ଶୁଭେଚ୍ଛା ବାର୍ତ୍ତାରେ ସେ ଖୁସି ବ୍ୟକ୍ତ କରିଛନ୍ତି ।
ମାଳଦ୍ୱୀପ ରାଷ୍ଟ୍ରପତି ଡ. ମହମ୍ମଦ ମୋଇଜୁ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ତଥା ବିଜେପି ନେତୃତ୍ୱ ବିଶିଷ୍ଟ ଏନଡିଏକୁ 2024ର ଭାରତୀୟ ସାଧାରଣ ନିର୍ବାଚନରେ ଲଗାତର ତୃତୀୟ ଥର ସଫଳତା ପାଇଁ ଶୁଭେଚ୍ଛା । ମୁଁ ଦୁଇ ଦେଶର ଭାଗିଦାରିରେ ସମୃଦ୍ଧି ଓ ସ୍ଥିରତା ଦିଗରେ ହିତ ପାଇଁ ଆଗକୁ ବଢାଇବା ପାଇଁ ମିଳିତ ଭାବେ କାମ କରିବାର ଆଶା କରୁଛି ।