ପଟ୍ଟାମୁଣ୍ଡାଇ , ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ ଙ୍କ ନିର୍ଦେଶ କ୍ରମେ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତପନ କୁମାର ରାୟ ଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଆଇନୀଜୀବୀ ପଟ୍ଟାମୁଣ୍ଡାଇ ବାର ଆସୋସିଏସନ ର କୋଷାଧକ୍ଷ ଧୀରେନ୍ଦ୍ର ନାଥ ସାହୁ ଙ୍କ ସଂଯୋଜନା ରେ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ବିଶ୍ୱ ପରିବେଶ ସଚେତନତା ଶିବିର ପାଳିତ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ, ସରପଞ୍ଚ ସଂଗ୍ରାମ କେଶରୀ ବାରିକ, ସମାଜ ସେବୀ ପ୍ରଶାନ୍ତ ମହାନ୍ତି, ଏସ ଏମ ସି ସଭାପତି ବାସୁଦେବ ସେଠୀ, ଭବାନୀ ଶଙ୍କର ଦାଶ ସମସ୍ତ ବର୍ଗ ର ଲୋକ ଙ୍କ ପାଇଁ କେଉଁ କେଉଁ ଆଇନ ଅଛି, ଓ ସେମାନଙ୍କୁ କିପରି ସହଜରେ ତାଲୁକ ଆଇନ ସେବା ସମିତି ସାହାଯ୍ୟ କରିପାରୁଛି ଏବଂ ଅନ୍ୟ ତଥ୍ୟ ଗୁଡିକ ବିଷୟରେ ଆଲୋଚନା କରି,ଶିଶୁମାନଙ୍କ ଠାରୁ ସମାଜର ସମସ୍ତ ବର୍ଗ ର ଲୋକଙ୍କର ପାରିବାରିକ, ଜମିଜମା, ଆଇନୀଗତ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ତାର ସମାଧାନ କିପରି ତାଲୁକ ଆଇନ ସେବା ସମିତି ସହଜରେ ଶୀଘ୍ର ଏବଂ ମାଗଣାରେ କରିପାରୁଛି ତାହା ବର୍ଣନା କରିଥିଲେ ଓ ସମାଜ ର ପରିବେଶ କିପରି ଦୂଷିତ ହେଉଅଛି ଓ ଗୋଟିଏ ସବୁଜ ଗଛ ଆମ୍ଭ ମାନଙ୍କୁ ଖାଦ୍ୟ, ବସ୍ତ୍ର, ଅମ୍ଳଜାନ,ଜଳୀୟ ବାଷ୍ପ ଓ ପୁଥିବୀ ପୃଷ୍ଠରେ ମିଳୁଥିବା ସମସ୍ତ ଶକ୍ତି କିପରି ଦେଉଛି ତାହା ତନ ତନ କରି ବୁଝାଇଥିଲେ, ।ପ୍ରତ୍ୟେକ ଙ୍କୁ ଅତି କମ ରେ ୧୦ଟି ଲେଖାଏଁ ଗଛ ଲଗାଇବା ପାଇଁ ନିଦ୍ଧେର୍ଶ ଦେଇଥିଲେ ।ଶିକ୍ଷକ ହରିଶଙ୍କର ନାଥ, ଅଜୟ କୁମାର ସାହୁ, ପ୍ରଜ୍ଞା ମାହାଳି,ଛାତ୍ର ସନ୍ତୋଷ (ଉଭୟ) ଛାତ୍ରୀମାନେ ମନୀଷା, ଆଇଶା, ଶୁଭଶ୍ରୀ, ସାଇସ୍ମିତା ଓ ନିମପୁର ଗାଁ ର ପୁରୁଷ ଓ ମହିଳା ମାନେ, ବିଦ୍ୟାଳୟ କମିଟି ର ସଭାପତି ଉପସ୍ଥିତ ରହି ଓ ସହଯୋଗ କରି ବିଦ୍ୟାଳୟ ପ୍ରାଙ୍ଗଣରେ କିଛି ବଡ଼ ବଡ଼ ମୂଲ୍ୟବାନ ଗଛ ଲଗାଇ ଶେଷରେ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ,ପ୍ରଧାନ ଶିକ୍ଷକ ତପନ କୁମାର ରାୟ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ ।
Related Stories
November 22, 2024