ଭୁବନେଶ୍ୱର, ଆଗାମୀ ୩ରୁ ୪ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି, ମୌସୁମୀ ବାୟୁ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ସ୍ପର୍ଶ କରିବ । ଦକ୍ଷିଣ ଓଡ଼ିଶା ପରେ ରାଜ୍ୟର ଅନ୍ୟ ଅଂଚଳକୁ ସ୍ପର୍ଶ କରିବ ମୌସୁମୀ । ଓଡ଼ିଶାରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଓଡ଼ିଶା ଛୁଇଁବା ପରେ ଯେଉଁଭଳି ଭାବରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି, ରାଜ୍ୟରେ ତାତିରୁ ନିସ୍ତାର ମିଳିବ ।
Related Stories
November 22, 2024