ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ୨୪ ବର୍ଷ ନିରବଚ୍ଛିନ୍ନ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓଡିଶାବାସୀଙ୍କ ସେବା ପାଇଁ ସେ ପ୍ରତିବଦ୍ଧ ବୋଲି ସୋସିଆଲ ଆଇଟ୍ ଏକ୍ସରେ ଲେଖିଛନ୍ତି ନବୀନ ପଟ୍ଟନାୟକ ।
ସେ ଲେଖିଛନ୍ତି ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋତେ ନିରନ୍ତର ଭାବେ ସେବାର ସୁଯୋଗ ଦେଇଥିବାରୁ ମୋର ଗଭୀର କୃତଜ୍ଞତା ଜଣାଉଛି । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫାପତ୍ର ପ୍ରଦାନ କଲି । ଓଡ଼ିଶାବାସୀଙ୍କ ସେବା ନେଇ ମୋର ଦୃଢ଼ ପ୍ରତିବଦ୍ଧତା ବଜାୟ ରହିବ ।