ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ ଆସନ୍ତା ୧୦ ତାରିଖରେ ହିଁ ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ହେଲେ କିଏ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବେ ତାହା ଦଳର ପାର୍ଲିଆମେଂଟାରି ବୋର୍ଡ ନିଷ୍ପତି ନେବେ । ଦିନେ ଦୁଇ ଦିନ ଭିତରେ ଏ ନେଇ ଚୂଡ଼ାନ୍ତ ନିଷ୍ପତି ହେବ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି ।
ବିଜେପିର ବିପୁଳ ବିଜୟ ପରେ ମନମୋହନ ସାମଲ ଗଣମାଧ୍ୟମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ପରିବର୍ତନ ଆଣିବା ଲୋକଙ୍କ ମନରେ ଥିଲା । ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ । ଭ୍ରଷ୍ଟ ଶାସନ ବିରୋଧରେ, ଓଡ଼ିଶାର ଅସ୍ମିତା ପାଇଁ ଲଢ଼ିଥିଲୁ ।
ଏହାସହ ସ କହିଛନ୍ତି ଯେ ରାଜ୍ୟରେ କେନ୍ଦ୍ରର ଆୟୁଷ୍ମାନ ଯୋଜନା ଲାଗୁ ହେବ । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ବିଏସକେୱାଇ ଯୋଜନାରେ ଲୋକଙ୍କ ପାଇଁ ଅଳ୍ପ ସୁବିଧା ସୁଯୋଗ ଥିଲା ହେଲେ ଆୟୁଷ୍ମାନ ଯୋଜନାରେ ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରାଯିବ । ଏହାସହ ରତ୍ନ ଭଣ୍ଡାର ଖୋଲାଯିବ । ଏହାର ଅନୁଧ୍ୟାନ କରାଯାଇ ରିପୋର୍ଟ ସାର୍ବଜନୀନ କରାଯିବ ।