ଭୁବନେଶ୍ୱର, ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଘର ବାହୁଡା଼ । ବିଜେପିରେ ଯୋଗ ଦେବା ପରେ ସେ କହିଛନ୍ତି ଯେ ପ୍ରତିଶ୍ରୁତି ଦେଇଥିଲି ଜିତିବା ପରେ ବିଜେପିରେ ଯୋଗଦେବି । ଆମର ଗୋଟିଏ ଲକ୍ଷ୍ୟ ଦଳିତ , ନିଷ୍ପେଷିତ ଓ ଅବହେଳିତଙ୍କ ପାଇଁ କାମ କରିବା । ଏହାସହ ବିଜୁ ଜନତା ଦଳ ଦ୍ୱାରା ଯେତିକି କଳାକାରନାମା ହୋଇଛି ସବୁର ପର୍ଦାଫାସ ହେବ । ଆଗକୁ ଦଳ ଭିତରେ ରହି ସେ କାମ କରିବି । ମୁଁ ବିଜେପିରେ ଥିଲି, ରହିଛି ଓ ରହିବି । ଧର୍ମଶାଳାରେ ମାଫିଆଙ୍କ ସହ ଲଢୁଥିଲି । ଧର୍ମଶାଳାରେ ଧର୍ମର ଲଢେଇ ହୋଇଥିଲା । ଧର୍ମର ଜୟ ହୋଇଛି ।
ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । କିନ୍ତୁ ତାଙ୍କୁ ବିଜେପି ଟିକେଟ ନଦେଇ ସ୍ମ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିବା । ଟିକେଟ୍ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ଦଳ ତାଙ୍କୁ ନିଲମ୍ବନ କରିଥିଲା । ତେବେ ହିମାଂଶୁ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ହରାଇଛନ୍ତି ।