ଭୁବନେଶ୍ୱର, ଆଜି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ । ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମରେ ସିଆରପିଏଫ ମୁତୟନ ହୋଇଥିବାବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକଧାରୀ ପୁଲିସ ଓ ବାହାରେ ଜିଲ୍ଲା ପୁଲିସ ମୁତୟନ ହେବେ । ଏଥିପାଇଁ ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ । ଏହାସହ ୨୧୮ ପ୍ଲାଟୁନ ପୁଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ବୋଲି ଏଡିଜି ଆଇନଶୃଙ୍ଖଳା ସଂଜୟ କୁମାର ସୂଚନା ଦେଇଛନ୍ତି ।
Related Stories
November 22, 2024