କୋଲକାତା– ରାଜନୈତିକ ହିଂସା ପାଇଁ କୁଖ୍ୟାତ ପଶ୍ଚିମବଙ୍ଗରେ ଭୋଟଗଣତି ଦିନ ବି ହିଂସା ଦେଖାଦେଇଛି । ରାଜ୍ୟର ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗଡ ଅଂଚଳରେ ମଙ୍ଗଳବାର ସକାଳୁ ସକାଳୁ ଭୋଟଗଣତି ପୂର୍ବରୁ ବିସ୍ଫୋରଣ ହୋଇଛି । ଏଥିରେ 5ଜଣ ଲୋକ ଆହତ ହୋଇଛନ୍ତି । ଏଥିରେ ଆଇଏସଏଫର ପଂଚାୟତ ସଦସ୍ୟ ଅଜହରୁଦ୍ଦିନ ବି ସାମିଲ ହୋଇଛନ୍ତି, ଯାହାଙ୍କର ଅବସ୍ଥା ଗୁରୁତର ରହିଛି । ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ କ୍ଷମତାସୀନ ପାର୍ଟି ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ହାତ ଥିବା ଅଭିଯୋଗ ହୋଇଛି ।