
-
147ଟି ଆସନ ମଧ୍ୟରୁ 74ଟି ଆସନରେ ବିଜେପି ଆଗୁଆ
ଭୁବନେଶ୍ୱର, ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି । ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟର ତଥ୍ୟ ମୁତାବକ ଅପରାହ୍ନ ସାଢେ ଗୋଟାଏ ସୁଦ୍ଧା ରାଜ୍ୟରେ ମୋଟ 147 ବିଧାନସଭା ଆସନ ମଧ୍ୟରୁ 74ଟି ଆସନରେ ବିଜେପି ଆଗରେ ରହିଛି । 57ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ କଂଗ୍ରେସ 14ଟି ଆସନ ଓ ସିପିଆଇଏମ ଗୋଟିଏ ଓ ସ୍ୱାଧୀନ ଗୋଟିଏ ଭୋଟରେ ଆଗରେ ଅଛନ୍ତି ।