
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଲୋକନାଥ ରୋଡ଼ ସ୍ଥିତ ବାରବାଟୀ କଲ୍ୟାଣ ମଣ୍ଡପରେ ବରିଷ୍ଠ ସେବାୟତ ସୀତାରାମ ସିଂହାରୀ ଏବଂ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ବରିଷ୍ଠ ଶ୍ରୀମନ୍ଦିର ସେବାୟତ ମଧୁସୂଦନ ସିଂହାରୀ ଙ୍କ ମାତା ଧର୍ମ ପରାୟଣା ସ୍ବର୍ଗତ ଵିଷ୍ନୁପ୍ରିୟା ସିଂହାରୀ ଙ୍କ ଦଶାହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା | ସ୍ବର୍ଗତ ଵିଷ୍ନୁପ୍ରିୟା ସିଂହାରୀ ଙ୍କ ଦଶାହ କାର୍ଯ୍ୟରେ ରାଜ୍ୟ ତଥା କେନ୍ଦ୍ରର ଅନେକ ନେତା, ମନ୍ତ୍ରୀ ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ସମାଜସେବୀ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |ଏହି କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇ ଟି ଡି ସି ଅଧ୍ୟକ୍ଷ ସମ୍ବିତ ପାତ୍ର,ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ,ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ବିଜେପି ର ପୂର୍ବତନ ସଭାପତି ସମୀର ମହାନ୍ତି, ପୂର୍ବତନ ସଂଗଠନ ସମ୍ପାଦକ ସାରଦା ଶତପଥି,ଫିଲ୍ମ ଅଭିନେତା ସଭ୍ୟସାଚୀ ମିଶ୍ରଙ୍କ ସମେତ ଅନେକ ସେବାୟତ, ସାଧୁ ସନ୍ଥ, ସମାଜସେବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ଏଥି ସହିତ ସିଂହାରୀ ଙ୍କ ବାସଭବନ ରେ କେନ୍ଦ୍ରୀୟ ରେଳ ମନ୍ତୀ ଅଶ୍ୱିନୀ ବୈଷ୍ଣବ ପହଞ୍ଚି ସମବେଦନା ଜ୍ଞାପନ କରିବା ସହିତ ମହାପ୍ରସାଦ ସେବନ କରିଥିଲେ |