
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚନ୍ଦନ ଯାତ୍ରା ଅବସରରେ ନରେନ୍ଦ୍ର ପୋଖରୀ ବାଣ ଦୁର୍ଘଟଣା ରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କ ମନରେ ଅତ୍ୟନ୍ତ ବିଷାଦ ଭରି ଦେଇଥିଲା।କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୫ ବର୍ଷୀୟ ବଳରାମ ଦାସ ଓ ୨୪ ବର୍ଷୀୟ ମନମୋହନ ବେହେରା ଏବଂ ପୁରୀ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ହସପିଟାଲ ରୁ ୪୯ ବର୍ଷୀୟ ଶ୍ରୀଧର ରାଉତ ସୁସ୍ଥ ହୋଇ ହସପିଟାଲ ରୁ ଡିସଚାର୍ଜ ହୋଇଛନ୍ତି ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ଅବଗତ କରାଇଛନ୍ତି।ସମସ୍ତ ଚିକିତ୍ସାଧିନ ଆହତ ଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମେଡ଼ିକାଲ ର କର୍ତ୍ତୃପକ୍ଷ ଙ୍କ ସହ ନିରନ୍ତର ସମ୍ପର୍କ ରଖାଯାଇଛି। ଦୁର୍ଘଟଣା ରେ ସମସ୍ତ ଆହତ ଙ୍କ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯାଉଛି।ଇତି ମଧ୍ୟରେ ମୃତକ ଙ୍କ ପରିବାର କୁ ସରକାରଙ୍କ ଘୋଷଣା ମୁତାବକ ୪ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଉଛି।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତ ଆହତ ଙ୍କ ଆରୋଗ୍ୟ କାମନା କରିଛନ୍ତି।ପୂର୍ବରୁ ୬ ଜଣ ଆହତ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିଲେ।