
ଭୁବନେଶ୍ୱର/ରାୟଗଡା, ରାୟଗଡାରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାୟଗଡା ବ୍ଳକରେ ବଜ୍ରାଘାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମିରାବାଲି ପଞ୍ଚାୟତ ମିରାବାଲି ଗ୍ରାମର ୩୮ ବର୍ଷୀୟ ଶୀତେଇ ଜିଲାକାରଙ୍କର ମୃତ୍ୟ ଘଟିଥିବା ସମୟରେ କାରୁବାଇ ପଞ୍ଚାୟତର କାରୁବାଇ ଗ୍ରାମରେ ୪୫ ବର୍ଷୀୟ ମୁତୂକା ମଣ୍ଡାଙ୍ଗୀଙ୍କର ମୃତ୍ୟୁ ଘଟିଛି । ଉଭୟ ଗତକାଲି ବର୍ଷା ପବନରେ ଗାଁ ନିକଟରୁ ଆମ୍ବ ସଂଗ୍ରହ କରିବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।