
ଭୁବନେଶ୍ୱର, ହାତୀ ଆକ୍ରମଣରେ ଛାତ୍ରୀ ଗୁରୁତର । କୁଳଡିହା ଅଭୟାରଣ୍ୟର ହାତୀ ଆକ୍ରମଣରେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଛାତ୍ରୀଙ୍କୁ ଉଦ୍ଧାର ପରେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରୀ ଜଣକ ହେଲେ ବରହମପୁର ଥାନା କେସିପୁର ପଞ୍ଚାୟତ ଟୁଲୁଙ୍କଡାଵ ଗ୍ରାମର ସତ୍ୟ ପଳେଇଙ୍କ ନାବାଳିକା ଅନୁସୟା । ଅନୁସୟା ଘର ପାଖ ପଡିଆକୁ ଆଜି ଭୋରରେ ଶୌଚ ପାଇଁ ଯିବା ସମୟରେ ହାତୀ ଆକ୍ରମଣ କରିଥିଲା।