ଭୁବନେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡାରୁ ଅଧିକ ହିଟୱେଭ ମାମଲା ଆସୁଛି । ରାଜ୍ୟର ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଚଳିତ ଥର ଗ୍ରୀଷ୍ମ ଋତୁରେ ଗତକାଲି ସୁଦ୍ଧା 26 ଜଣଙ୍କ ଅଂଶୁଘାତଜନିତ ମୃତ୍ୟୁ ସ୍ପଷ୍ଟ ହୋଇଛି । ଏଥିରୁ 20 ମାମଲା ରାଉରକେଲାର । ସେମାନଙ୍କ ମଧ୍ୟରୁ ହସ୍ପିଟାଲ ଆସିବା ପୂର୍ବରୁ କିଛି ରୋଗୀଙ୍କ ମୃତ୍ୟୁ ହୋଇଛି । ଆଉ କିଛି ମୃତକଙ୍କ ପୋଷ୍ଟମର୍ଟମ ଚାଲିଛି । ଯୁଗ୍ମ ତଦନ୍ତ ଚାଲିଛି । ବର୍ଷା ପାଇଁ ହିଟୱେଭ ସାମାନ୍ୟ କମିଛି । ତେବେ ଏବେ କିଛି ଅଂଶୁଘାତ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସେ କହିଛନ୍ତି ଯେ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । କାରଣ ଭବିଷ୍ୟତରେ ହିଟୱେଭର ସମ୍ଭାବନା ଅଛି । ଖଣି ଅଂଚଳରୁ ହିଟୱେଭ ମାମଲା ଅଧିକ ଅଛି । ସେଠି ସତର୍କ ରହିବାକୁ କୁହାଯାଇଛି ।