ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦେଶ କ୍ରମେ ପିଏଲଭି ସଭ୍ୟ ପ୍ରଫୁଲ୍ଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଆଇନୀଜୀବୀ ପଟ୍ଟାମୁଣ୍ଡାଇ ବାର ଆସୋସିଏସନର ଉପସଭାପତି ସୁରେଶ କୁମାର ନରେନ୍ଦ୍ରଙ୍କ ସଂଯୋଜନାରେ ପଟ୍ଟାମୁଣ୍ଡାଇ ମାଟିଆ ଉନ୍ନୀତ ଉ. ପ୍ରା.ବିଦ୍ୟାଳୟରେ ଆଜି ଦିନ ୧୦ଟା ସମୟରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବାର ଆସୋସିଏସନ ର କୋଷାଧ୍ୟକ୍ଷ ବରିଷ୍ଠ ଆଇନୀଜୀବୀ ଧୀରେନ୍ଦ୍ରନାଥ ସାହୁ ମାଇଗ୍ରେଟ ଶ୍ରମିକଙ୍କ ପାଇଁ କେଉଁ କେଉଁ ଆଇନ ଅଛି ଓ ସେମାନଙ୍କୁ କିପରି ସହଜରେ ତାଲୁକ ଆଇନ ସେବା ସମିତି ସାହାଯ୍ୟ କରିପାରୁଛି ଏବଂ ଅନ୍ୟ ତଥ୍ୟ ଗୁଡିକ ବିଷୟରେ ଆଲୋଚନା କରି ଶିଶୁମାନଙ୍କ ଠାରୁ ସମାଜର ସମସ୍ତ ବର୍ଗର ଲୋକଙ୍କର ପାରିବାରିକ, ଜମିଜମା, ଆଇନଗତ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ ଓ ତାର ସମାଧାନ କିପରି ତାଲୁକ ଆଇନ ସେବା ସମିତି ସହଜରେ ଶୀଘ୍ର ଏବଂ ମାଗଣାରେ କରିପାରୁଛି ତାହା ବର୍ଣନା କରିଥିଲେ ଓ ସମାଜ ର ପରିବେଶ କିପରି ଦୂଷିତ ହେଉଅଛି ଓ ଗୋଟିଏ ସବୁଜ ଗଛ ଆମ୍ଭ ମାନଙ୍କୁ ଖାଦ୍ୟ, ବସ୍ତ୍ର, ଅମ୍ଳଜାନ,ଜଳୀୟ ବାଷ୍ପ ଓ ପୁଥିବୀ ପୃଷ୍ଠରେ ମିଳୁଥିବା ସମସ୍ତ ଶକ୍ତି କିପରି ଦେଉଛି ତାହା ତନ ତନ କରି ବୁଝାଇଥିଲେ। ଏବଂ ପ୍ରତ୍ୟେକଙ୍କୁ ଅତି କମ ରେ ୧୦ଟି ଲେଖାଏଁ ଗଛ ଲଗାଇବା ପାଇଁ ନିର୍ଦେଶ ଦେଇଥିଲେ।
ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା, ଜିତେନ୍ଦ୍ର କୁମାର ନନ୍ଦୀ , ପିଏଲଭି ସଭ୍ୟ ଧବଳେଶ୍ଵର ଖଣ୍ଡାଇ ଓ ମାଟିଆ ଗାଁ ର ପୁରୁଷ ଓ ମହିଳା ମାନେ, ବିଦ୍ୟାଳୟ କମିଟିର ସଭାପତି ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପ୍ରଧାନ ଶିକ୍ଷକ ଗୋଲେଖ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରି ସଭାଟିକୁ ସାଙ୍ଗ କରିଥିଲେ।