
ରାଂଚି, ଇଡି ର ସମନକୁ ଅବମାନନା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଭିଯୋଗ ପରେ ଏବେ ଜୁନ୍ ୧୫ ରେ ଏହାର ଶୁଣାଣି ହେବ । ସିଜେଏମ କୋର୍ଟ କୃଷ୍ଣ କାନ୍ତ ମିଶ୍ରା ସୋମବାର ଏହି ମାମଲା ଏମପି ଏମଏଲଏ କୋର୍ଟକୁ ସ୍ଥାନାନ୍ତରିତ କରିଛନ୍ତି । ପୂର୍ବରୁ ସିଜେଏମ କୋର୍ଟ ଦ୍ଵାରା ମାମଲାର ବିବରଣୀ ନିଆଯିବା ପରେ ମଧ୍ୟ ହେମନ୍ତ ସୋରେନ ଚତୁର୍ଥ ଥର ସିଜିଏମ କୋର୍ଟରେ ଉପସ୍ଥିତ ହୋଇନଥିଲେ । ମାମଲାରେ ହେମନ୍ତ ସୋରେନଙ୍କ ପକ୍ଷରୁ ସିଜେଏମ କୋର୍ଟଙ୍କ ସମନ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି ।