ମାଲକାନଗିରି- ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ମାଲକାନଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରିବ୍ଲୋମାଇନ ଏଲିମେଂଟାରୀ ଏଜୁକେସନ ପରୀକ୍ଷା ୮.୧.୨୦୨୦ରୁ ଆରମ୍ଭ ହୋଇ ୧୮.୧.୨୦୨୦ ପର୍ଯ୍ୟନ୍ତ ଅନୁÂିତ ହେବ । ଏହି କେନ୍ଦ୍ରରେ ୫୮ ଜଣ କର୍ମଜୀବି ଶିକ୍ଷକ ଡିପ୍ଲୋମା ପରୀକ୍ଷା ଦେଇ ଉତୀର୍ଣ୍ଣ ହେଲେ ସରକାରୀ ଚାକିରୀ ନିୟମିତ ହେବ । ଏହି କେନ୍ଦ୍ରରେ ବିଭିନ୍ନ ସମ୍ପ୍ରଦାୟର ଶିକ୍ଷକ ପରୀକ୍ଷା ଦେବାର ବନେ୍ଦାବସ୍ତ କରାଯାଇଛି । ଏହି କେନ୍ଦ୍ରକୁ ସୁପରିଚାଳନା କରିବା ପାଇଁ ମାଲକାନଗିରି ମହାବିଦ୍ୟାଳୟର ଡ. ରଂଜନ କୁମାର ସ୍ୱାଇଁଙ୍କୁ ଓଏସଡି ରୂପେ ନିଯୁକ୍ତି ଦିଆଯାଇଛି । ଆଂଚଳିକ କାର୍ଯ୍ୟାଳୟ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ପ୍ରତିÂାନ ଭୁବନେଶ୍ୱର ନିଦେ୍ର୍ଧଶକ ରଙ୍ଗାଧର ମହାପାତ୍ରଙ୍କ ଦ୍ୱାରା ଶାନ୍ତିରାଣୀ ବିଶବାସ ପ୍ରାଧନ ଶିକ୍ଷୟତ୍ରୀଙ୍କ ପରୀକ୍ଷା ନିୟନ୍ତ୍ରଣ କରିବା ପାଇଁ ସୁପରିଟେଣ୍ଡେଂଟ ରୂପେ ନିଯୁକ୍ତି ଦିଆଯାଇଛି । ଏହି ଜିଲ୍ଲାରେ ଦୁଇଟି କେନ୍ଦ୍ରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମାଲକାନଗିରି, ସରକାରୀ ଉଚ୍ଚ ବିଦ୍ୟାଳୟ-କାଲିମେଳାରେ ୨୦୦ରୁ ଉଦ୍ଧ୍ୱର୍ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଭାରତ ସରକାର ଏଭଳି ପଦକ୍ଷେପକୁ ମାଲକାନଗିରିର ଶିକ୍ଷକ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ମାଲକାନଗିରିର ଅଣ ତାଲିମ ପ୍ରାପ୍ତ କର୍ମଜୀବି ଶିକ୍ଷକ ଏକ ସୁନ୍ଦର ଶିକ୍ଷକ ଜୀବନ ଅତିବାହତ କରିବା ପାଇଁ ସୁଯୋଗ ପାଇଛନ୍ତି । ଆଂଚଳିକ ନିଦେ୍ର୍ଧଶକ ଏବଂ କର୍ମକର୍ତାଙ୍କୁ ମାଲକାନଗିରି ତରଫରୁ ଅନେକ ପ୍ରଶଂସା କରାଯାଉଛି ।
Related Stories
November 23, 2024