ନୂଆଦିଲ୍ଲୀ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ୧୦୦ତମ ଜୟନ୍ତୀରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି । ସୋମବାର ଚେନ୍ନାଇରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ ।
ସୋନିଆ ଗାନ୍ଧି କହିଛନ୍ତି ଯେ, ଭାରତର ମହାନ୍ ସୁପୁତ୍ର ଡଃ. କେ କରୁଣାନିଧିଙ୍କ କାର୍ୟ୍ୟ ଓ ସ୍ମୃତିଚାରଣ କରିବା ପାଇଁ ଆଜି ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛେ । ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଥିଲେ ଏକାଧାରାରେ ଜଣେ ସୁଲେଖକ, କବି, ସାମ୍ବାଦିକ । ଏବଂ ଅନେକ ଥର ମୁଖ୍ୟମନ୍ତ୍ରୀ ଥିଲେ ।