ନୂଆଦିଲ୍ଲୀ, ସୁପ୍ରିମକୋର୍ଟ ଅପର ଯମୁନା ରିଭର ବୋର୍ଡ଼ କୁ କହିଛନ୍ତି ଯେ, ଦିଲ୍ଲୀରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର, ଦିଲ୍ଲୀ, ହରିୟାଣା ଏବଂ ହିମାଚଳ ପ୍ରଦେଶର ପ୍ରତିନିଧିମାନଙ୍କ ବୈଠକ ୫ ଜୁନ୍ ରେ ଡକାନ୍ତୁ । ମାମଲାର ପରବର୍ତୀ ଶୁଣାଣି ଜୁନ୍ ୬ ତାରିଖରେ ହେବ ।
କୋର୍ଟ କହିଛନ୍ତି ଯେ, ଯମୁନା ରିଭର ବୋର୍ଡ଼ ର ବୈଠକରେ ଏହି ବିଷୟରେ ଆଲେଚନା ହେଉ ଯେ, ଦିଲ୍ଲୀ ବାସୀଙ୍କୁ କିପରି ଜଳ ସଙ୍କଟରୁ ନିସ୍ତାର ମିଳିବ । କୋର୍ଟ ଯମୁନା ରିଭର ବୋର୍ଡ଼ କୁ କହିଛନ୍ତି ଯେ, ବୈଠକରେ ହେବାକୁ ଥିବା ଆଲୋଚନା ଏବଂ ସଙ୍କଟକୁ ଦୃଷ୍ଟିରେ ରଖି ନିଆଯାଉଥିବା ପଦକ୍ଷେପର ସୂଚନା କୋର୍ଟଙ୍କ ସମ୍ମୁଖରେ ଜୁନ୍ ୬ ତାରିଖରେ ରଖିବେ । ଶୁଣାଣି ସମୟରେ ହିମାଚଳ ପ୍ରଦେଶ ସରକାର କହିଛନ୍ତି ଯେ, ଦିଲ୍ଲୀକୁ ଅତିରିକ୍ତ ଜଳ ଦେବାରେ ତାଙ୍କର କୌଣସି ସମସ୍ୟା ନାହିଁ ।