ଭୁବନେଶ୍ୱର – ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଚଳିତ ବର୍ଷ ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି ।
ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି । ସେହିପରି ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲ୍ଟୁ ମଣ୍ଡଳ ଟପ୍ପର ହୋଇଥିବା ବେଳେ ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି , ସିଭିଲ୍ ଇଂଜିନିୟରିଂ ରବୀନ୍ଦ୍ର ସାହୁ ଓ ଏମସିଏ/ଏମଏସସି (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର ହୋଇଛନ୍ତି । ସେହିଭଳି ଏମ୍ ଆର୍କ ରେ ଅଙ୍କିତ ବିଶ୍ୱାଳ, ଏମ୍ ପ୍ଲାନ୍ ରେ ପ୍ରତ୍ୟୁଷ ଦାସ, ଏମ୍ ଟେକ୍ ଇଲେକ୍ଟ୍ରିକାଲ ଇଂଜିନିୟରିଂ ରେ ପୂର୍ବୀପ୍ରିୟା ନାୟକ , ମେକାନିକାଲ ଇଂଜିନିୟରିଂ ରେ ଗୋବିନ୍ଦ ନାୟକ, ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଡବ୍ଲୁଡବ୍ଲୁଡବ୍ଲୁ.ଓଜେଇଇ.ଏନଆଇସି.ଇନ୍/ଓଡିଶାଜେଇଇ.କମ୍ ରେ ରାଙ୍କ କାର୍ଡ ଦେଖି ପାରିବେ ।
ସୂଚନାଯୋଗ୍ୟ ଯେ ଗତମାସ ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।