ଚଣ୍ଡିଗଡ, ପଂଜାବ-ହରିୟାଣା ହାଇକୋର୍ଟରେ ରାଜନୈତିକ ରାଲି ସମୟରେ ସରକାରୀ ବସର ବ୍ୟବହାରକୁ ନେଇ ଦାୟର ହୋଇଥିବା ପିଟିସନ ଉପରେ ଶୁଣାଣି କରି ପଂଜାବ ସରକାରକୁ ନୋଟିସ ଜାରି କରାଯାଇଛି । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାରଙ୍କୁ 21 ଅଗଷ୍ଟ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି ।
ହାଇକୋର୍ଟରେ ଏହି ପିଟିସନ ମାନିକ ଗୋଏଲଙ୍କ ପକ୍ଷରୁ ଦାୟର କରାଯାଇଛି । ପିଟିସନ ଅନୁସାରେ ସରକାରଙ୍କ ପକ୍ଷରୁ ରାଲି ଆୟୋଜନ କରାଯାଇଥିବା ବେଳେ ଏଥିରେ ସରକାରୀ ବସର ବ୍ୟବହାର କରାଯାଇଥାଏ, କିନ୍ତୁ ଏହି କାରଣରୁ ସାଧାରଣ ଲୋକଙ୍କୁ ସମସ୍ୟା ହୋଇଥାଏ । ଯେତେବେଳେ କ୍ଷମତାଧାରୀ ପାର୍ଟି ପକ୍ଷରୁ ଲଗାତର ରାଲି କରାଯାଇଥିଲା, ସେତେବେଳେ ଏହି ପିଟିସନ ଦାୟର କରାଯାଇଥିଲା । ଏହି ସମୟରେ ସରକାରୀ ବସକୁ ରାଲିରେ ବ୍ୟବହାର କରାଯାଇଥିଲା ।