କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚଳିତ ମାସ ୪ ତାରିଖରେ ଭୋଟ ଗଣତି। ଏହି ଗଣତି ପାଇଁ ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ରେ ପହଞ୍ଚିଛନ୍ତି ଗଣତି ପର୍ଯ୍ୟବେକ୍ଷକ ବା କାଉଣ୍ଟିଂ ଅବଜରଭର ମାନେ।ସେମାନଙ୍କ ଉପସ୍ଥିତିରେ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ।୧୦୫ କାକଟପୁର ନିର୍ବାଚନ ମଣ୍ଡଳୀ ପାଇଁ ଏଚ ଜେ ଦେଶାଇ,୧୦୬ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ସୋନାପା ୟାମଗାର,୧୦୭ ପୁରୀ ନିର୍ବାଚନ ମଣ୍ଡଳୀ ପାଇଁ ସୌମ୍ୟକେତୁ ମିଶ୍ର,୧୦୮ ବ୍ରହ୍ମଗିରି ଓ ୧୧୦ ପିପିଲି ପାଇଁ ଡା କୁନାଲ ପ୍ରକାଶ ଖେମନାର ଏବଂ ୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ରାମ ସୁରେଶ ବର୍ମା କାଉଣ୍ଟିଂ ପର୍ଯ୍ଯବେକ୍ଷକ ଦାୟିତ୍ୱ ରେ ରହିଛନ୍ତି।ଗଣତି ପାଇଁ ମାଇକ୍ରୋ ଅବଜରଭର, କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ନିଯୁକ୍ତି ଓ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅବଗତ କରାଇଛନ୍ତି।ସୂଚନାଯୋଗ୍ୟ ଯେ ପୁରୀ ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏବଂ କାକଟପୁର, ନିମାପଡା, ବ୍ରହ୍ମଗିରି ଓ ପିପିଲି ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଜୁନ ୪ ତାରିଖରେ ଅନୁଷ୍ଠିତ ହେବ।
Related Stories
November 22, 2024