ଭୁବନେଶ୍ୱର- ଯାଜପୁର କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ ନଗମକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସିଆଇଟିୟୁ ରାଜ୍ୟ କମିଟି ଦୃଢ଼ ବିରୋଧ କରିଛି ।
ଯୌଥ ଉଦ୍ୟୋଗରେ ସ୍ଥାପିତ ଏନ.ଆଇ.ଏନ.ଏଲରେ ଓଡ଼ିଶା ଖଣି ନିଗମ ଓ ଇପିକଲର ଆଦି ରାଜ୍ୟ ସରକାର ୨ଟି ସଂସ୍ଥା ସହିତ ୪ଟି ରାଷ୍ଟ୍ରାୟତ ଉଦ୍ୟୋଗର ଅଂଶଧନ ରହିଛି । ଏବେ ପୁଞ୍ଜି ପ୍ରତ୍ୟାହାର ପରେ ଏହି ନିଗମ ଘରୋଘକରଣ ହୋଇଯିବ । କେନ୍ଦ୍ର ସରକାର ରେଳବାଇ ପ୍ରତିରକ୍ଷା, ବ୍ୟାଙ୍କ, ବୀମା ଆଦି ଲାଭଦାୟକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପକୁ ଘରୋଇ ମାଲିକ ମାନଙ୍କ ହାତକୁ ଟେକିଦେଇ ସେମାନଙ୍କୁ ବ୍ୟବସାୟରେ ସୁବିଧା କରିବାକୁ କହୁଛନ୍ତି । ଏଭଳି ନିଷ୍ପତି କେବଳ ଶ୍ରମିକ କର୍ମଚାରୀ ବିରୋଧି ନୁହେଁ ଦେଶ ଓ ରାଜ୍ୟର ସ୍ୱାର୍ଥ ବିରୋଧି । ସିଆଇଟିୟୁ ରାଜ୍ୟ କମିଟି ପକ୍ଷରୁ ସଭାପତି ଜନାର୍ଦ୍ଧନ ପତି ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଏହାର ଦୃଢ଼ ବିରୋଧ କରିବା ସହିତ ଦେଶପ୍ରେମୀ ଜନସାଧାରଣ ରାଜ୍ୟର ଶ୍ରମିକ କର୍ମଚାରୀ, ବୁଦ୍ଧିଜିବୀ ଏହାର ବିରୋଧ କରିବାକୁ ନିବେଦନ କରିଛନ୍ତି । ପ୍ରକାଶ ଯେ, ନିକଟରେ ନିଳାଚଳ ବଂଚାଅ ମିଳିତ ମଂଚ ପକ୍ଷରୁ ଏହାର ବିରୋଧ କରାଯାଇ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଥିଲା ।