ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାରା ଦେଶରେ ଜାରି ଲୁ‘ର କହର ଓ ବାତ୍ୟା ରେମଲରେ ପୂର୍ବୋତ୍ତର ରାଜ୍ୟରେ ହୋଇଥିବା କ୍ଷୟକ୍ଷତିକୁ ନେଇ ସମୀକ୍ଷା ବୈଠକ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆଗକୁ ଘଟଣାକୁ ରୋକିବା ଓ ଏହାର ମୁକାବିଲା ପାଇଁ ନିୟମିତ ଆଧାରରେ ଉଚିତ ଅଭ୍ୟାସ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ହସ୍ପିଟାଲ ଓ ଅନ୍ୟ ସାର୍ବଜନୀକ ସ୍ଥାନର ଫାୟାର ଅଡିଟ ଓ ଇଲେକ୍ଟ୍ରିକାଲ ସେଫ୍ଟି ଅଡିଟ ନିୟମିତ ଭାବେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପିଏମ ମୋଦି ଆଜି ସକାଳେ ଲୋକ କଲ୍ୟାଣମାର୍ଗ ସ୍ଥିତ ନିଜ ବାସଭବନରେ ଦେଶରେ ପଡୁଥିବା ଭୀଷଣ ଗରମର ସ୍ଥିତି ଓ ମନସୁନର ଆରମ୍ଭକୁ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।