ନୂଆଦିଲ୍ଲୀ, 21ଦିନ ପରେ ଅନ୍ତରିଶ ଜାମିନରେ ତିହାର ଜେଲରୁ ବାହାରକୁ ଆସିଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ଜାମିନ ଅବଧି ଶେଷ ହେବା ପରେ ରବିବାର ଜୁନ 2ରେ ଜେଲରେ ସରେଣ୍ଡର କରିଛନ୍ତି । ଏହାପୂର୍ବରୁ ସେ ନିଜ ବାସଭାବନରୁ ବାହାରିବା ସମୟରେ ମାତା-ପିତାଙ୍କ ଆଶୀର୍ବାଦ ନେଇଥିଲେ, ପୁଣି ରାଜଘାଟ ଯାଇ ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହାପରେ ହନୁମାନ ମନ୍ଦିର ଯାଇଥିଲେ ଏବଂ ସେଠାରୁ ପାର୍ଟିର କାର୍ଯ୍ୟାଳୟ ଯାଇ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ।
କେଜରିୱାଲ କହିଥିଲେ ଯେ, ସୁପ୍ରିମକୋର୍ଟ ତାଙ୍କୁ 21ଦିନର ମହଲତ ଦେଇଥିଲେ । ଏହି ଅବସରରେ ସେ ଆରାମ କରିନାହାନ୍ତି ବରଂ ପୂରା ଦେଶରେ ନିର୍ବାଚନୀ ପ୍ରଚାର କରିଛନ୍ତି । କେଜରିୱାଲ କହିଛନ୍ତି ଯେ, ଆଜି ଏଥିପାଇଁ ଜେଲ ଯାଉଛନ୍ତି କାରଣ ସେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାଇଥିଲେ । ପାଂଚଶହରୁ ଅଧିକ ସ୍ଥାନରେ ରେଡ୍ ହୋଇଛି, କିନ୍ତୁ କୌଣସି ପ୍ରମାଣ ମିଳିନି ।