ମାଲକାନଗିରି- ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅଧ୍ୟକ୍ଷ ଅଶୋକ କୁମାର ଷଢ଼ଙ୍ଗି ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଉଦଘାଟନ କରିଛନ୍ତି । ଏହି ସଭାରେ କ୍ରୀଡ଼ା ବିଭାଗର ଅଧ୍ୟାପିକା ନମିତା ଦଣ୍ଡଶିନା ସଭାପତିତ୍ୱ କରିଥିବା ସମୟରେ ସମ୍ମାନୀୟ ଅତିଥି ରୂପେ ବାଣିଜ୍ୟ ବିଭାଗର ମୂଖ୍ୟ ରବୀନ୍ଦ୍ର ପ୍ରଦାସ ସାହୁ ଏବଂ ଅର୍ଥନୀତି ବିଭାଗର ମୂଖ୍ୟ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିଛନ୍ତିା ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଜିମୁତ ନାୟକ, ପ୍ରେମରେଖା ଭତ୍ରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗିତାର ବିଚାରକ ଭାବେ ମଂଚ ପରିଚାଳନା କରିଥିଲେ । ଉଦ୍ଘାଟିତ ଉତ୍ସବରେ ସ୍ଥାନୀୟ ଭୈରବୀ ମନ୍ଦିରରୁ ଅଭିମନୁ୍ୟ ଦଳ ବେହେରା, କ୍ରୀଡ଼ା ଶିକ୍ଷକଙ୍କ ନେତୃତ୍ୱରେ ମଶାଲ ଧରି ଶଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତା ୧୦୦ ମି. ବାଳକ ଓ ବାଳିକା, ୨୦୦, ୪୦୦ ବାଳକ, ବାଳିକା, ଗୋଳା ଫିଙ୍ଗା, ଲମ୍ବ ଡିଆଁ ବାଳକ, ବାଳିକା, ଉଚ୍ଚ ଡିଆଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁÂିତ ହୋଇଯାଇଛି ।ଏହି କାର୍ଯ୍ୟକମ୍ରରେ ସୋନାଲି ରାଉତ, ସତ୍ୟଜିତ୍ ଗୌଡ଼ ଓ ନିତ୍ୟାନନ୍ଦ ସରକାର ଛାତ୍ର ପ୍ରତିନିଧି ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସଫଳ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ଓରମ, ଗୌତମ ନାୟକ, ପ୍ରମେୟ କୁମାର ମହାନ୍ତି, ସାଗରିକ ମିଶ୍ର, ପ୍ରିଧୁମିତା ବିଶ୍ୱାସ, ସିତାଂଶୁ ମାଳିନୀ, ସୁଶାନ୍ତ ମାଝି, ଲିପସା ରାଣୀ ନାୟକ, ଅରୁଣ କୁମାର ପାନଭାଦ୍ଧି, ଟୁକୁନା ବାଡ଼ୁ, ରଂଜନ କୁମାର ସ୍ୱାଇଁ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ଏକ ହଜାରରୁ ଉଦ୍ଧ୍ୱର୍ ପିଲାମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ସେଶରେ ବିଜିରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 23, 2024