
ରାଉରକେଲା, ରାଉରକେଲା ଇସ୍ପାତ କାରଖାନାରେ ବରିଷ୍ଠ ଶ୍ରମିକ ଭାବେ କାମ କରିଥିବା ବୁଦିଆ କିଷାନ (୪୯) ରାସ୍ତାରେ ପଡିଯାଇ ମାତ୍ର ଦୁଇଘଂଟା ଭିତରେ ଡାକ୍ତରଖାନାରେ ମୃତ୍ୟୁବରଣ କଲା ପରେ ତାର ପରିବାର ସଦସ୍ୟକୁ ଚାକିରୀ ଦେବାକୁ ଆରଏସପି ମନା କଲା ପରେ ତାର ପରିବାର, ସମର୍ଥକ ଓ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଆରଏସପିର ଡାକ୍ତରଖାନା ଆଇଜିଏଚ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ମୃତ ବୁଦିଆଙ୍କର ଦୁଇଟି ପିଲା । ତାଙ୍କ ଝିଅର କହିବା ଅନୁଶାରେ ବାପା ବୁଦିଆ ୪ ଦିନ ତଳେ ସକାଳ ୮ଟାରେ ଘରୁ ବାହାରି ବଜାର ଯାଏ ଜିବା କ୍ଷଣି ରାସ୍ତାରେ ପଡିଯାଇଥିଲେ, ପରେ ତାଙ୍କୁ କିଛି ଲୋକ ତୁରନ୍ତ ପାଖ ଆଇଜିଏଚକୁ ନେଇଥିଲେ, ସେ ସୁଗାର ଓ ପ୍ରେସର ବେମାରରେ ଆକ୍ରାନ୍ତ ଥିଲେ, ପ୍ରବଳ ଖରାରେ ଡ୍ୟୁଟିକୁ ଯାଉଥିବା ବେଳେ ଏଭଳି ହେବା ପରେ ଡାକ୍ତରଖାନାରେ ମାତ୍ର ୨ଘଂଟାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। ତାଙ୍କର ହାର୍ଟ ଆଟାକ ହୋଥିବା ନେଇ ରିପୋର୍ଟ ମଧ୍ୟ ବହାରିଛି। ତେବେ ତାଙ୍କର ଏଭଳି ମୃତ୍ୟୁ ପରେ ତାଙ୍କ ପରିବାରରୁ ଜଣକୁ ଚାକିରୀ ଦାବି ଉଠିବା ପରେ ଆରଏସପି ସିଧା ମନା କରିଦେଇଥିଲା ।ନିୟମ ଅନୁଶାରେ ଡ୍ୟିୁଟିର ଘଂଟାକ ଆଗରୁ କିମ୍ବା ପରେ ଯଦି ଶ୍ରମିକର ମୃତ୍ୟୁ ହୁଏ ତେବେ ତା ପରିବାରର ଜଣକୁ ଚାକିରୀ ମିଳିବା କଥା। ଏ କ୍ଷେତ୍ରରେ ଆରଏସପି ନିୟମ ଉଲଂଘନ କରିବାରୁ ଆନ୍ଦୋଳନ ଯୋର ଧରିଛି। ତେବେ କିଛି ବରିଷ୍ଠ ଅଧିକାରୀ ଏନେଇ ବଇଠକରେ ଥିବା ବେଳେ ସେଥିରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ମାମଲାକୁ ଅଧିକ ଯୋର ଦେଇଛି ।
ବୁଦିଆ କୁତ୍ରା ଅଂଚଳର ବାସିନ୍ଦା,ତାର ବୟସ ୫୦ ମଧ୍ୟ ହୋଇନଥିଲା। ଛୋଟିଆ ପରିବାର ସହ ଛୋଟ ପିଲା ଦୁଇଟି, ଏଭଳି ସ୍ଥିତିରେ ତାର ପରିବାର କଣ କରିବ ସେନେଇ ଚିନ୍ତାରେ ରହିଛି । ତେବେ ଚାକିରୀ ନମିଳିବା ଯାଏ ବୁଦିଆର ମର ଶରୀର ନିଆଜିବ ନାହିଁ କିମ୍ବା ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଜୁଏଲ ଓରାମ କହିଛନ୍ତି ।