
ପୁରୀ, ପୁରୀ ଜିଲ୍ଲା ପରିଷଦରେ କାର୍ଯ୍ୟରତ ସେକ୍ସନ ଅଫିସର ଲୋକନାଥ ମହାନ୍ତିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାସନ ରାଜୀବ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।ସ୍ଵର୍ଗତ ମହାନ୍ତି ରାଜସ୍ଵ ବିଭାଗର କର୍ମଚାରୀ ଥିବା ବେଳେ ଡେପୁଟେସନରେ ଜିଲ୍ଲା ପରିଷଦର ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ମିଷ୍ଠଭାଷୀ ଓ ସମସ୍ତଙ୍କ ସହ ମିଶି କାର୍ଯ୍ୟ କରୁଥିବା କର୍ମଚାରୀ ଥିଲେ। ତାଙ୍କର ବିୟୋଗ ଆମ ପାଇଁ ଓ ତାଙ୍କ ପରିବାର ପାଇଁ ବିରାଟ କ୍ଷତି ବୋଲି ସେ କହିବା ସହ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଵର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବୈଷୟିକ ବିମଳ ଚନ୍ଦ୍ର ତିରିଆ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅର୍ଥ ବାଣୀଭୂଷଣ ଦାଶ,ସନ୍ତୋଷ କୁମାର ବରାଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।