
-
ଆଗାମୀ ତିନି ଦିନ ହିଟ୍ ୱେଭ ନେଇ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ଵର, ଆଗାମୀ ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବ ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବାର ସମ୍ଭାବନା ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ସୂତ୍ରରୁ ଏହି ସୂଚନା ମିଳିଛି । ଆଗାମୀ ତିନି ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ ରହିବ । ଜୁନ୍ ୨, ୩ ଓ ୪ ତାରିଖ ହିଟ୍ ୱେଭ ନେଇ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କଳାହାଣ୍ଡି, ନୂଆପଡ଼ା ଓ ସୁବର୍ଣ୍ଣପୁର ସମେତ ଅନ୍ୟ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।