ନୂଆଦିଲ୍ଲୀ, ଦିଲ୍ଲୀରେ ବଢୁଥିବା ତାପମାତ୍ରା ମଧ୍ୟରେ ପାଣିର ଚାହିଦା ବି ବଢିବାରେ ଲାଗିଛି । ଏହି ଦାବି ପୂରଣ ହୋଇନପାରୁଥିବା କାରଣରୁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଦିଲ୍ଲୀର ଜଳମନ୍ତ୍ରୀ ଆତିଶି ଏହି ସଂପର୍କରେ ଉତ୍ତର ପ୍ରଦେଶ ଓ ହରିୟାଣାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏକ ମାସ ଅତିରିକ୍ତ ଜଳ ଯୋଗାଇବାକୁ ଦାବି କରିଛନ୍ତି । ଆତିଶି କହିଛନ୍ତି ଯେ, ଆମର ପୁରୁାତନ ଗ୍ରନ୍ଥରେ ଲେଖାଯାଇଛି ଯେ, ଶୋଷିଲାକୁ ପାଣି ପିଆଇବା ପୁଣ୍ୟର କାମ ଅଟେ ।
ଆତିଶି ନିଜ ପତ୍ରରେ ସହଯୋଗୀ ସଂଘବାଦର ଅପିଲ ଅଧୀନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କୁ ସହଯୋଗ ପାଇଁ ଅପିଲ କରିଛନ୍ତି । ଆତିଶି ଯମୁନାର ଜଳସ୍ତର ହ୍ରାସ ପାଇବା କଥା ଉଠାଇ ଦିଲ୍ଲୀର ଲୋକଙ୍କୁ ହେଉଥିବା ସମସ୍ୟାର ତ୍ୱରିତ ସମାଧାନ କରିବାକୁ ଅପିଲ କରିଛନ୍ତି । ଆତିଶି କହିଛନ୍ତି ଯେ, ମନସୁନ ଆସିବା ଯାଏ ଦିଲ୍ଲୀର ଲୋକଙ୍କୁ ହେଉଥିବା ସମସ୍ୟାକୁ କମ୍ କରିବା ପାଇଁ ଅତିରିକ୍ତ ଜଳ ଯୋଗାଣ କରନ୍ତୁ ।