ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶରେ ବିଜେପିକୁ ମିଳିଥିବା ବିପୁଳ ବହୁମତ ପାଇଁ ରାଜ୍ୟର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅନେକ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସିକ୍କିମରେ ପ୍ରେମ ସିଂହ ତମାଙ୍ଗଙ୍କ ନେତୃତ୍ୱରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଦ୍ୱାରା ପୁଣି ଥରେ କ୍ଷମତାକୁ ଫେରିବାକୁ ନେଇ ଶୁଭେଚ୍ଛା ଜଣାଇବା ସହ ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ କାମ କରିବା କଥା କହିଛନ୍ତି ।
ପ୍ରଧାନମନ୍ତ୍ରୀ ରବିବାର ଦୁଇ ରାଜ୍ୟରେ ହୋଇଥିବା ଭୋଟଗଣତିର ଫଳାଫଳ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କହିଛନ୍ତି ଯେ, ଧନ୍ୟବାଦ ଅରୁଣାଚଳ ପ୍ରଦେଶ । ଏହି ଅଦ୍ଭୁତ ରାଜ୍ୟର ଲୋକେ ବିକାଶ ପାଇଁ ରାଜନୀତିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଆମର ଦଳ ରାଜ୍ୟର ବିକାଶ ପାଇଁ ଆହୁରି ଅଧିକ ସୁଦୃଢତାର ସହ କାମ କରିବ । ସେ ଅରୁଣାଚଳ ପ୍ରଦେଶର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ସିକ୍କିମରେ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଏସକେଏମ ଓ ମୁଖ୍ୟମନ୍ତ୍ରୀ ତମାଙ୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଆଗାମୀ ସମୟରେ ସିକ୍କିମର ପ୍ରଗତିକୁ ଆଗକୁ ବଢାିବା ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାମ କରିବାକୁ ତତ୍ପର ଅଛନ୍ତି ।