
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଲୋକନାଥ ରୋଡ଼ ସ୍ଥିତ ବାରବାଟୀ କଲ୍ୟାଣ ମଣ୍ଡପରେ ବରିଷ୍ଠ ସେବାୟତ ସୀତାରାମ ସିଂହାରୀ ଏବଂ ମଧୁସୂଦନ ସିଂହାରୀ ଙ୍କ ମାତା ଧର୍ମ ପରାୟଣା ଵିଷ୍ନୁପ୍ରିୟା ସିଂହାରୀ ଙ୍କ ଦଶାହ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା | ଵିଷ୍ନୁପ୍ରିୟା ସିଂହାରୀ ଙ୍କ ଦଶାହ କାର୍ଯ୍ୟରେ ରାଜ୍ୟର ନେତା, ମନ୍ତ୍ରୀ ଏବଂ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ସମାଜସେବୀ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |ଏହି କାର୍ଯ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇ ଟି ଡି ସି ଅଧ୍ୟକ୍ଷ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ସମେତ ଅନେକ ଅନେକ ସେବାୟତ, ସାଧୁ ସନ୍ଥ, ସମାଜସେବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |