କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ “ଦି ମିରର” , ପୁରୀ ଙ୍କ ଆୟଜନ କ୍ରମେ ପୁରୀ ବେଳାଭୂମି ସଫେଇ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଦରଲ୍ୟାଣ୍ଡ ର “ଗାରନିୟର” ଓ ବାଙ୍ଗାଲୋର ର “ପ୍ଲାଷ୍ଟିକ ଫର ଚେଞ୍ଜ” ଅନୁଷ୍ଠାନ ର ସହାୟତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୁରୀ ମ୍ୟୁନିସପାଲିଟି ର କାର୍ଯ୍ୟ ନିର୍ବାହି ଅଧିକାରିଣୀ ଶ୍ରୀମତୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା,ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଯୁକ୍ତ ଅଶୋକ ମିଶ୍ର, ବିଜୟ କୁମାର ସୁନା, ଶୈଳେଶ କୁମାର ନାଗ, ପ୍ରଦୀପ କୁମାର ପ୍ରଧାନ, ପୂର୍ବତନ ଅଧ୍ୟାପକ ସୁକାନ୍ତ ମହାନ୍ତି, ସୁଶାନ୍ତ କୁମାର ତ୍ରିପାଠୀ, ପ୍ରଦୀପ କୁମାର ମହାରଣା, ସୁକାନ୍ତ କୁମାର ପଣ୍ଡା ଓ ପୁରୀ ସହରରେ ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ପ୍ରାତଃ ୮ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ପୁରୀ ବେଳାଭୂମି ସ୍ଥିତ ଦିଗ ବାରଣୀ ଖୁଣ୍ଟି ଠାରୁ ଆରମ୍ଭ କରାଯାଇଥିଲ l ପ୍ରାରମ୍ଭରେ “ଦି ମିରର” ଅନୁଷ୍ଠାନର ସଭାପତି ଶ୍ରୀ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଅର୍ପଣ ପ୍ରଦାନ କରିଥିବା ବେଳେ ଅତିଥିମାନେ ବେଳା ଭୂମି ସଫେଇ ସହିତ ଉଠା ଦୋକାନୀ ଓ ପର୍ଯ୍ୟଟକ ମାନଙ୍କୁ ବେଳାଭୂମି ଅପରିଷ୍କାର ନ କାରିବା ପାଇଁ ସଚେତନ କରିବାକୁ ନେବେଦନ କରିଥିଲେ । ତତ୍ ସହିତ ଡ଼ଷ୍ଟବିନ ର ବ୍ୟବହାର ଓ ପ୍ଲାଷ୍ଟିକ ବ୍ୟବହାର କମ କରିବାକୁ ନିଦେଦନ କରିଥିଲେ। ଅନ୍ୟ ମାନଙ୍କୁ ସଚେତନ କରିବା ପୂର୍ବରୁ ଆମେ ନିଜେ ସଚେତନ ହେବା ଆବଶ୍ୟକ।
ବିଭିନ୍ନ ଅନୁଷ୍ଠାନ ଯଥା – ହେଲ୍ଫ ଏଜେ ଇଣ୍ଡିଆ, ହାପିନେସ ଫାଉଣ୍ଡେସନ, ଦି ବେଲ, ବିବେକାନନ୍ଦ ଯୁବ ଶକ୍ତି, ଗୋପବନ୍ଧୁ ସେବା ପରିଷଦ, ଓ ଡି ଏମ ପି, ଆଟା, ପି ଆଇ ସି ଏସ କୋମ୍ପୁଟର ସେଣ୍ଟର ର କର୍ମକର୍ତ୍ତା ଓ ୨୦୦ ରୁ ଉର୍ଦ୍ଧ ସ୍ବେଛାସେବୀ ମାନେ ଦିଗବାରେଣି ଖୁଣ୍ଟି ଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ବେଳାଭୂମି ସଫେଇ କରିବା ସହିତ ପର୍ଯ୍ୟଟକ ଓ ଦୋକାନୀ ମାନଙ୍କୁ ସଚେତନ କରାଇଥିଲେ ।
Related Stories
November 22, 2024