
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଓଡିଶା ରାଜ୍ୟପାଳ ମାନ୍ଯବର ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି |ଶ୍ରୀକ୍ଷେତ୍ର ଭଉଁରୀରେ ମହାପ୍ରଭୁଙ୍କର ଚନ୍ଦନ ଚାପ ସମୟରେ ବୁଧବାର ରାତ୍ରିରେ ବାଣ ବିସ୍ଫୋରଣରେ ଘଟିଥିବା ହୃଦୟ ବିଦାରକ ଓ ଦୁଃଖଦାୟକ
ଘଟଣା ମୃତକଙ୍କ ଓ ଆହାତଙ୍କ ପରିବାର ପ୍ରତି ଜିଲ୍ଲା ମହିଳା କଂଗ୍ରେସ କମିଟି ଗଭୀର
ସମବେଦନା ଜଣାଇଛି |ମହାପ୍ରଭୁ ସେମାନଙ୍କ ପରିବାରକୁ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ କାମନା କରିଛି |ଏଥି ସହିତ କ୍ଷତି ଗ୍ରସ୍ତଙ୍କ ହିତରେ ବିଭିନ୍ନ ଦାବୀ ରଖିଛି |ଯଥା ସହାୟତା ରାଶି ବୃଦ୍ଧି ଭଳି ଅନେକ ଦାବି ସରକାର ପୂରଣ କଲେ, କ୍ଷତିଗ୍ରସ୍ତ ପରିବାର ସୁଖ ଓ ଶାନ୍ତି ଫେରିପାଇବେ ବୋଲି ପୁରୀ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ମହିଳା ସାଧାରଣ ସମ୍ପାଦିକା ବିଦୁତ ଲତା ଆଚାର୍ଯ୍ୟ ନେତୃତ୍ୱ ନେଇଥିବା ବେଳେ ସନ୍ତୋଷୀ ସ୍ୱାଇଁ, ଅବିନାଶ ମିଶ୍ର, ବିଶ୍ଵକେଶନ ହରିଚନ୍ଦନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |