ଭୁବନେଶ୍ୱର– ଓଡ଼ିଶାର ବିଶିଷ୍ଟ କାଠ କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ ହୋଇଛି। ପୈତୃକ ଘର କେନ୍ଦୁଝର ଜିଲ୍ଲା ସ୍ଥିତ ବୈଦରାଜ ସାହିରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
ମାଗୁଣି କୁଅଁର ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଥିଲା । ତେବେ ଆଜି ଭୋରରୁ ମାଗୁଣି କୁଅଁରଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।