ଭୁବନେଶ୍ବର, ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱରରେ ୨୭.୮୪%, ଭଦ୍ରକରେ ୧୯.୪୬%, ଜଗତସିଂପୁରରେ ୨୧.୭୬% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୧୯.୨୪%, କେନ୍ଦ୍ରାପଡାରେ ୨୨.୩୯%, ମୟୂରଭଞ୍ଜରେ ୨୨.୪୬% ମତଦାନ ହୋଇଛି ।