
ଯୋଶୀମଠ, ଉତରାଖଣ୍ଡର ଚମୋଲି ଜିଲ୍ଲା ସ୍ଥିତ ବିଶ୍ଵ ପ୍ରସିଦ୍ଧ ଫୁଲ ର ଘାଟି ଜୁନ୍ ୧ ତାରିଖ ଅର୍ଥାତ୍ ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଛି । ଉପ ବନସଂରକ୍ଷକ ବିବି ମର୍ତୋଲିୟା ଘାଂଘରିୟା ବେସ୍ କ୍ୟାମ୍ପ ରୁ ୪୮ ପର୍ଯ୍ୟଟକଙ୍କ ପ୍ରଥମ ଦଳକୁ ସବୁଜ ପତାକା ଦେଖାଇବା ପରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ ।
ଡିଏଫଓ କହିଛନ୍ତି ଯେ, ଏହା ସେଂଚୁରୀ ଏରିଆ ହୋଇଥିବାରୁ ପର୍ଯ୍ୟଟକ ଫୁଲ ର ଘାଟିରେ ରାତ୍ରୀରେ ରହିପାରିବେ ନାହିଁ । ପର୍ଯ୍ୟଟକ ମାନେ ଫୁଲ ର ଘାଟି ଭ୍ରମଣ କରିବା ପରେ ଏହି ଦିନ ବେସ୍ କ୍ୟାମ୍ପ ଘାଂଘରିୟା ଫେରିବାକୁ ଅନିର୍ବାର୍ଯ୍ୟ କରାଯାଇଛି । ବେସ୍ କ୍ୟାମ୍ପ ଘାଂଘରିୟାରେ ପର୍ଯ୍ୟଟକମାନେ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ବେଲି ଅଫ୍ ଫ୍ଲାୱାର ଟ୍ରେକିଙ୍ଗ ନିମନ୍ତେ ଦେଶୀୟ ନାଗରିକଙ୍କୁ ୨୦୦ ଟଙ୍କା ତଥା ବିଦେଶୀ ନାଗରିକ ମାନଙ୍କ ପାଇଁ ୮୦୦ ଟଙ୍କା ଟ୍ରେକ୍ ଶୁକ୍ଳ ନିର୍ଦ୍ଧାରିତ କରାଯାଇଛି । ଟ୍ରେକ୍ କୁ ସୁଗମ ଏବଂ ସୁବିଧାଜନକ କରାଯାଇଛି । ଫୁଲ ର ଘାଟି ପାଇଁ ବେସ୍ କ୍ୟାମ୍ପ ଘାଂଘରିୟାରୁ ଟୁରିଷ୍ଟ ଗାଇଡ୍ ର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଚଳିତ ବର୍ଷ ଫୁଲ ର ଘାଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଖୋଲା ରହିବ ।