ନୂଆଦିଲ୍ଲୀ– ଦିଲ୍ଲୀରେ ପାନୀୟ ଜଳ ସଙ୍କଟ ସମସ୍ୟାକୁ ନେଇ ଦିଲ୍ଲୀ ସରକାରଙ୍କ ପିଟିସନ ଉପରେ ଜୁନ 3ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ କେଭି ବିଶ୍ୱନାତମଙ୍କ ବେଂଚ ଏହାର ଶୁଣାଣି କରିବେ ।
ପିଟିସନରେ ଦିଲ୍ଲୀର ପାଣି ଆବଶ୍ୟକତାକୁ ଦେଖି ହରିୟାଣା ଓ ହିମାଚଳ ପ୍ରଦେଶରୁ ଏକ ମାସ ପାଇଁ ଅତିରିକ୍ତ ପାଣି ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି । ଦିଲ୍ଲୀ ସରକାର ଭୀଷଣ ଗରମ ଯୋଗୁ ଦିଲ୍ଲୀରେ ପାଣିର ଆବଶ୍ୟକତା ବଢିଥିବା କହିଛନ୍ତି ।