ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ବିଜୟ ଗୋଏଲ ଶନିବାର ଆମ୍ବୁଲାନ୍ସ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଅଭିମୁଖେ ଯାଇଥିଲେ । କିନ୍ତୁ ରାସ୍ତାରେ ତାଙ୍କୁ ରୋକି ଦିଆଯାଇଛି । ଗୋଏଲଙ୍କ କହିବା କଥା କେଜରିୱାଲଙ୍କର ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ରହିଛି । ଏହି ଆମ୍ବୁଲାନ୍ସ ମୁଖ୍ୟମନ୍ତ୍ରୀଙ୍କ ଟେଷ୍ଟ ପାଇଁ ଅଟେ ।
ବିଜେପି ନେତା ଗୋଏଲ କହିଛନ୍ତି ଯେ, ଆଜି ସେ ନିଜ ବଙ୍ଗାଲୀ ମାର୍କେଟ ସ୍ଥିତ ଘରୁ ମେଡିକାଲ ଭାନ ନେଇ ରୋଗର ଯାଂଚ କରିବା ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ସିଭିଲ ଲାଇନ ବାସଭବନକୁ ବାହାରିଥିଲେ । କିନ୍ତୁ ତାଙ୍କୁ ଯିବାକୁ ଅନୁମତି ଦିଆଯାଇନଥିଲା । ସେ କହିଛନ୍ତି ଯେ, କେଜରିୱାଲ ସବୁଆଡେ ମିଛ ବାଜା ବଜାଉଛନ୍ତି । ନିର୍ବାଚନରେ ରାଲି କରୁଥିଲେ । ସେହି ସମୟରେ ତାଙ୍କୁ ଟେଷ୍ଟ କରାଇନେବାର ଥିଲା ।