
ଜଗଦଲପୁର– ଛତିଶଗଡ ଓ ଓଡ଼ିଶାର ଟ୍ରାନ୍ସପୋର୍ଟ ୟୁନିୟନରେ ବସ ଚଳାଚଳକୁ ନେଇ ବିବାଦ ବୃଦ୍ଧି ପାଇଛି । ସରକାରଙ୍କ ପକ୍ଷରୁ ଏହା ଉପରେ ହସ୍ତକ୍ଷେପ କରାନଗଲା ବସ ଚଳାଚଳ ବନ୍ଦ ହୋଇପାରେ । ଓଡ଼ିଶାରେ ଛତିଶଗଡର ଯାତ୍ରୀବସକୁ ରୋକାଯିବା ପରେ ଯାତାୟତ ମହାସଂଘ ସହ ଜଡିତ ବସ ମ୍ୟାନେଜର ଚେତାବନୀ ଦେଇଛନ୍ତି ଯେ, ଯଦି ସେମାନଙ୍କ ବସ ଓଡ଼ିଶାରେ ଚାଲିବାକୁ ନଦିଆଗଲା, ତେବେ ସେମାନେ ବି ଓଡ଼ିଶାରୁ ଆସୁଥିବା ବସ ଛତିଶଗଡରେ ପ୍ରବେଶ କରିବାକୁ ଅନୁମତି ଦେବେନାହିଁ । ତେବେ ଖୁବ ଶୀଘ୍ର ଏହି ବିବାଦର ଅନ୍ତ ନଘଟିଲେ ଜୁନ 11ରୁ ଓଡ଼ିଶାର ବସ ଛତିଶଗଡ ସୀମାରେ ରୋକି ଦିଆଯିବ ।