କୋଲକାତା, ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କମିଶନର ଏଠାରେ ଜୁନ 6ଯାଏ କେନ୍ଦ୍ରୀୟ ବଳର 4ଶହ କମ୍ପାନୀ ମୁତୟନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ ଶନିବାର ଏହି ସୂଚନା ଦେଇଚନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ପରେ ସମ୍ଭାବିତ ହିଂସାର ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ସେ କହିଛନ୍ତି ଯେ, ଜୁନ 1ରେ ମତଦାନ ହେବା ପରେ କେନ୍ଦ୍ରୀୟ ବଳର ଅଧା ଯବାନ ଏଠାରେ ଫେରିଯିବେ କିନ୍ତୁ ଜୁନ 6ଯାଏ ଏଠାରେ 4ଶହ କମ୍ପାନୀ ମୁତୟନ ରହିବେ ।
ଅଧିକାରୀ କହିଛନ୍ତି ଯେ, ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଓ ସଶସ୍ତ୍ର ସୀମା ବଳର ବାଟାଲିୟନ ଏଠାରେ ମୁତୟନ ରହିବେ ।
ନିର୍ବାଚନ କମିଶନଙ୍କ ସୂତ୍ର ମୁତାବକ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାର ଲମ୍ବା ରେକର୍ଡକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପୂରା ରାଜ୍ୟରେ କେନ୍ଦ୍ରୀୟ ବଳର 1020 କମ୍ପାନୀ ନିୟୋଜିତ କରାଯାଇଛି ।