ନୂଆଦିଲ୍ଲୀ, ପ୍ରଖ୍ୟାତ କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କର ଆଜି ସକାଳେ କେନ୍ଦୁଝର ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ସେ 88 ବର୍ଷ ବୟସର ଥିଲେ ଏବଂ ଦୀର୍ଘ ମାସଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଜଗଦୀନ ଧନଖଡ ଦୁଃଖ ପ୍ରକାଶ କରିଛନ୍ତି ।
ରାଷ୍ଟ୍ରପତି ମୁର୍ମୁ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର କେନ୍ଦୁଝରର ଜଣେ ପ୍ରଖ୍ୟାତ କଣ୍ଢେଇ ନୃତ୍ୟଶିଳ୍ପୀ ଶ୍ରୀମାଗୁଣି ଚରଣ କୁଅଁରଙ୍କ ବିୟୋଗ ସଂପର୍କରେ ଶୁଣି ଦୁଃଖ ପ୍ରକାଶ କରୁଛି । ତାଙ୍କୁ ପାରଂପରିକ କଣ୍ଢେଇ ନୃତ୍ୟ ଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ସେ ତାଙ୍କ ପଛରେ ଏକ ପ୍ରେରଣାଦାୟକ ଐତିହ୍ୟ ଛାଡିଯାଇଛନ୍ତି । ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ପ୍ରତି ସମବେଦନା ।
ଉରାଷ୍ଟ୍ରପତି ଧନଖଡ ଶୋକବାର୍ତ୍ତାରେ କହିଛନ୍ତି ଯେ, ଓଡ଼ିଶାର କେନ୍ଦୁଝରର ପ୍ରସିଦ୍ଧ କଣ୍ଢେଇ ନୃତ୍ୟ ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ମାଗୁଣି ଚରଣ କୁଅଁରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛି । ପାରମ୍ପରିକ କଣ୍ଢେଇ ନୃତ୍ୟ ଶୈଳୀ ପ୍ରତି ତାଙ୍କ ସମର୍ପଣ ଓ ଯୋଗଦାନ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ଦୁଃଖର ଏହି ସମୟରେ ତାଙ୍କ ପରିବାର ଓ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ।