
ଭୁବନେଶ୍ୱର– ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ଓଡିଶା ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ ଅପରାହ୍ନ ୩ ସୁଦ୍ଧା ରାଜ୍ୟରେ ମତଦାନର ହାର ୪୯.୭୭ % ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱରରେ ୫୪.୦୪%, ଭଦ୍ରକରେ ୪୬.୩୩%, ଜଗତସିଂହପୁରରେ ୫୨.୫୨% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୪୮.୮୦%, କେନ୍ଦ୍ରାପଡାରେ ୪୬.୪୬%, ମୟୂରଭଞ୍ଜରେ ୫୧.୦୩ % ମତଦାନ ହୋଇଛି ।