ଭୁବନେଶ୍ୱର, ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶ୍ରାବଣୀ ନନ୍ଦ ଓ ଅଶୋକ ଦଣ୍ଡସେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାମିଲନାଡୁର ଚେନ୍ନାଇରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ-୨ରେ ମହିଳା 200 ମିଟର ଏବଂ ପୁରୁଷ 1500 ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଓଡିଶାର ସ୍ପ୍ରିଣ୍ଟର୍ ଶ୍ରାବଣୀ ନନ୍ଦ ଏବଂ ଅଶୋକ ଦଣ୍ଡସେନାଙ୍କୁ ଅଭିନନ୍ଦନ ଜଣାଉଛି । ଆମର ଆଥଲେଟମାନେ ସଫଳତାର ନୂତନ ଶିଖର ମାପିବା ଏବଂ ଦେଶ ପାଇଁ ଗୌରବ ଆଣିବା ଜାରି ରଖନ୍ତୁ ।
Related Stories
October 17, 2024