
ଭୁବନେଶ୍ୱର, ରାଜଧାନୀରେ ଜେଣ ବାର ଡାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଥିବା ଏକ ଭଡା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ଘର ଚଣ୍ଡିଗଡ଼ ବୋଲି ଜଣାପଡିଛି । ସେ କଟକ ରୋଡରେ ଥିବା ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ । ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଛନ୍ତି । ଘଟଣାସ୍ଥଳରେ ଅଧିକ ଖୋଳତାଡ କରିଛି ପାହାଳ ଥାନା ପୋଲିସ । କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା ? ତାଙ୍କର ମୋବାଇଲ୍ ଫୋନ୍, ସୋସିଆଲ ମିଡିଆ ମେସେଜ ଯାଂଚ କରାଯାଉଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି ପାହାଳ ଥାନା ପୋଲିସ ।